
ନୂଆପଡା,ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୌଲିକ ବୌଶ୍ୟ ସାହୁ ସମାଜର ନୂଆଖାଇ ଭେଟଘାଟ ଖଡ଼ିଆଳ ସାହୁ ସମାଜ ଭବନ ଠାରେ ଖଡ଼ିଆଳ ସମାଜର ସଭାପତି ରାମ ରତନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାହୁ ସମାଜର ଇଷ୍ଟ ଦେବୀ ମା ରତନେ ଓ ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ବରୀଙ୍କୁ ପୂଜାର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଯୁବରାଜ ଦେଵ ଦେଵ ସିଂ ଦେଓ, ସଂମ୍ମାନୀତ ଅତିଥି କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ପ୍ରହଲ୍ଲାଦ ସା ସଭାପତି କଳାହାଣ୍ଡି ସାହୁ ସମାଜ, ପ୍ରଦୀପ ସାହୁ ସମ୍ପାଦକ ବଲାଙ୍ଗୀର ସାହୁ ସମାଜ, ରାଜକିଶୋର ସାହୁ ସଭାପତି ପଟଣାଗଡ଼, ଲକ୍ଷ୍ମଣ ସାହୁ ଟିଟିଲାଗଡ଼ ସାହୁ ସମାଜ ସଭାପତି, ମଞ୍ଚାସିନ ହୋଇ କିପରି ସାହୁ ସମାଜର ଆଗନେଇ ପାରିବା, ସମାଜର ଏକତା ବଜାୟ ରଖିବା ସହିତ ସାମାଜିକ, ଆର୍ଥିକ, ଶିକ୍ଷା କ୍ଷେତ୍ରରେ ଆଗେଇ ନେବାକୁ ନିଜ ନିଜର ବକ୍ତବ୍ୟ ରଖିଥିଲେ । ମଞ୍ଚ ପରିଚାଳନା କରିଥିଲେ ସୁନିଲ ସାହୁ ଓ ରାଶ ବିହାରୀ ସାହୁ କରିଥିବା ବେଳେ ଉପସଭାପତି ରାଜୁ ସାହୁ, ସମ୍ପାଦକ ରାମ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ସଭ୍ୟସାଚି ସାହୁ, ଥିବାବେଳେ ସହଯୋଗ କରିଥିଲେ ମକର ଧ୍ୱଜ ସାହୁ, ସୁଶାନ୍ତ ସାହୁ, ରୋଷଣ ସାହୁ, ସାହୁ ସମାଜର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।