-
ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦେବେ ପ୍ରଦୀପ ମାଝି
ନବରଙ୍ଗପୁର, ଆସନ୍ତାକାଲି ନବରଙ୍ଗପୁର ମଣ୍ଡେଇ ପଡିିଆ ଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଆସନ୍ତାକାଲି ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗଦେବେ । ତାଙ୍କ ସହିତ ଶତାଧିକ କର୍ମୀ ବିଜେଡ଼ିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରୁ ବିଜେଡ଼ିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ୪ ଜଣ ମନ୍ତ୍ରୀ ଏଥିରେ ଯୋଗଦେବେ । ଏହି ପରିପ୍ରେକ୍ଷୀରେ ପ୍ରଥମେ ଇନ୍ଦ୍ରାବତୀ ନଦୀ ନିକଟରୁ ବେଜେଡ଼ିର ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସଭାସ୍ଥଳିରେ ପହଂଚିବ । ଅନୁଷ୍ଠିତ ହେବାକୁ ଥିବା ଏହି ମିଶ୍ରଣ ପର୍ବରେ ବିଜେଡ଼ିର ପ୍ରାୟ ୧୦ ହଜାର କାର୍ଯ୍ୟକର୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ମାସରେ କଂଗ୍ରେସ ଛାଡିଥିଲେ ପ୍ରଦୀପ ମାଝି । ବର୍ତମାନ ପରିସ୍ଥିତିରେ କଂଗ୍ରେସରେ ରହି କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଥିଲେ ।