ଭୁବନେଶ୍ୱର: ଡେଲଟା ଭାରିଏଂଟକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଶ୍ରୀ ମିଶ୍ର ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ୟୁରୋପ ଏବଂ ଚୀନରେ ଯେଉଁ ଲହର ହେଉଛି ତାହା ଡେଲଟା ଭାରିଏଂଟ । ୟୁରୋପୀୟ ଦେଶରେ ବଢୁଛି ସଂକ୍ରମଣ କିନ୍ତୁ ଆମେ ଆତଙ୍କିତ ହେବାର କିଛି କାରଣ ନାହିଁ ।
ସେ କହିଛନ୍ତି ଯେ କାହିଁକି ନା ଦ୍ୱିତୀୟ ଲହରରେ ଡେଲଟା ଭାରିଏଂଟକୁ ଆମେ ସାମ୍ନା କରି ସାରିଛେ । ଏହା ବାଦ ଆମର ଇମିନ୍ୟୁଟି ମଧ୍ୟ ଅଧିକ ରହିଛି । ତେଣୁ ଆତଙ୍କିତ ହେବାର ନାହିଁ । ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ତିନି ମାସ ତଳେ ରୋଗ ପ୍ରତିରୋଧକ କ୍ଷମତା ୭୫ ପ୍ରତିଶତ ଥିଲା । ହେଲେ ଏବେ ବି ଟିକାକରଣ ଚାଲିଛି । ତେଣୁ ରୋଗ ପ୍ରତିରୋଧକ କ୍ଷମତା ବଢୁଛି । ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି । ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି ।