 
                ଗଞ୍ଜାମ – ଆଜି ସକାଳେ ତାରା ସିଂ ଥାନା ଅନ୍ତର୍ଗତ କାଳିଆମ୍ବ ଜଙ୍ଗଲରୁ ଜଣେ ନବବଧୂର ଶବକୁ ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ବୁଗୁଡ଼ା ପୋଲିସ ଉଦ୍ଧାର କରିଛି  । ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଘଟଣାରେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଶରତ ଗୌଡ଼ଙ୍କୁ ପୋଲିସ ଗିରଫ କରିଛି  ।
ମୃତ ମହିଳାଙ୍କ ନାମ ଶୁଭଶ୍ରୀ ଗୌଡ଼  । ୧୯ ବର୍ଷିୟା ଶୁଭଶ୍ରୀଙ୍କ ଘର ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ  । ଗତ ଅପ୍ରେଲ ୨୭ ତାରିଖରେ ଶୁଭଶ୍ରୀ ପାଣିକେଶୀ ଗ୍ରାମର ଶରତ ଗୌଡ଼ଙ୍କୁ ବିବାହ କରିଥିଲେ  । ଆଜି ଜଙ୍ଗଲରୁ ଏକ ଅଖା ବସ୍ତାରେ ବନ୍ଧା ଅବସ୍ଥାରେ ରହିଥିବା ଶବକୁ ପୋଲିସ ଉଦ୍ଧାର କରିଛି  । ଶବ ଜବତ ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି ଏବଂ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ବୋଲି ଭଞ୍ଜନଗର ଏସଡ଼ିପିଓ ସୂଚନା ଦେଇଛନ୍ତି  ।    ଅନ୍ୟପକ୍ଷରେ ପାରିବାରିକ କଳହକୁ କେନ୍ଦ୍ର କରି ଜ୍ୱାଇଁ ଶରତ ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ମୃତ ଶୁଭଶ୍ରୀଙ୍କ ମାଆ ଅଭିଯୋଗ କରିଛନ୍ତି  । ଅଭିଯୋଗକୁ ଭିତି କରି ପୋଲିସ ଶରତକୁ ଗିରଫ କରିଛି  ।
                            
                        
	                    
 
                    







