
କେନ୍ଦ୍ରାପଡ଼ା– କେନ୍ଦ୍ରାପଡା ଜିଲ୍ଲା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମାଗଣା ଡ୍ରାଇଭିଂ ଶିକ୍ଷା ପାଇଁ ପ୍ରାର୍ଥୀ ଚୟନ କରାଯାଇଛି । ସେଥିରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ମହାକାଳପଡା,ମାର୍ଶାଘାଇ ଡେରାବିଶ ଓ ବରୀ ଅଂଚଳର ୬୨ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ମୀରପାଟଣା ସ୍ଥିତ ସତ୍ୟ ସାଇ ବିଦ୍ୟାମନ୍ଦିର ପରିସର ରେ ପ୍ରାର୍ଥୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ସମିତିର ଆବାହକ ରାଧାକ୍ରୀଷ୍ଣ ସାହୁ, ସ୍ମୃତି ରଞ୍ଜନ ଜେନା, ବିରେନ ଦାସ, ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ ଚୟନରେ ସହାୟତା କରିଥିଲେ ।