କନ୍ଧମାଳ -ପ୍ରମୋଦ କୁମାର ଷଡ଼ଙ୍ଗୀ ନୂତନ କନ୍ଧମାଳ ଜିଲା ଶିକ୍ଷା ଅଧିକାରୀ ଭାବେ ଯୋଗ ଦେଇଛନ୍ତି। କାର୍ଯ୍ୟରତ ବିକାଶ କୁମାର ପ୍ରଧାନଙ୍କ ବଦଳୀ ହୋଇଛି। ସେ ଏଠାରୁ ରିଲିଭ ହୋଇ ସମ୍ବଲପୁର ଜୋନର ତେପୁଟି ଡାଇରେକ୍ଟର ଭାବେ ଯୋଗଦେଇଛନ୍ତି।
ପୂର୍ବରୁ ସରକାର ଶ୍ରୀ ପ୍ରଧାନଙ୍କୁ ପଦନ୍ନେ ।ତି ଦେଇଥିଲେ ମଧ୍ୟ ସେ ଏଠାରେ ଜିଲ୍ଲାଶିକ୍ଷା ଅଧିକାରୀ ଭାବରେ ଦାୟୀତ୍ଵ ତୁଲାଉଥିଲେ । ଫଳରେ ଏଠାକୁନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ପ୍ରମୋଦ କୁମାର ଷଡଙ୍ଗୀ କନ୍ଧମାଳ ଜିଲ୍ଲା ଶିକ୍ଷା ଅନ୍ୟକାରୀ ଭାବେ ବୁଧବାର କାର୍ଯ୍ୟରେ ଯୋଗଦେଇଛନ୍ତି । ସେ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ହୋଇଥିବାରୁଦାୟୀତ୍ଵ ଗ୍ରହଣ ପରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଛି । କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ଦିଗରେ ଦୃଷ୍ଟି ଦେବେ ବୋଲି ନୂତନ ଡିଇ ଓ ଷଡଙ୍ଗୀ କହିଛନ୍ତି ।ନୁତନ ଡିଇ ଓ ଷଡ଼ଙ୍ଗୀଙ୍କୁ ବିଭିନ୍ନ ଶିକ୍ଷଙ୍କ ସଂଗଠନପକ୍ଷରୁ କାର୍ଯ୍ୟାଳୟରେ ଭେଟି ସମ୍ବର୍ଦ୍ଧନା ଜଣାଇଥିଲେ ।