ପଟ୍ଟାମୁଣ୍ଡାଇ-କୋଭିଡ କଟକଣା ଓ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ପଟ୍ଟାମୁଣ୍ଡାଇ ସହର ଓ ଆଖପାଖ ଅଚଂଳରେ ବ୍ୟାପକ ଭାବେ ବାଣ ଦୋକାନ ଖୋଲିଥିବା ନେଇ ଖବର ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ସବୁ ବେଆଇନ ବାଣ ଦୋକାନ ଉପରେ ଚଢାଉ କରିଛି ।ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ସେଠୀଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଆଇଆଇସି ତପନ କୁମାର ରାଉତଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ବିଭିନ୍ନ ସ୍ଥାନରେ ଚଢାଉ କରି ୭ଟି ବେଆଇନ ଦୋକାନକୁ ସିଲ କରିବା ସହିତ ୧ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବାଣ ଜବତ କରିଛନ୍ତି । ବେଆଇନ ବାଣ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ବେଆଇନ ବିସ୍ଫୋରକ ଦ୍ରବ୍ୟ (ବାଣ) ନିରୋଧ ଆଇନ ବଳରେ ମୋକଦ୍ଦମା ରୁଜୁ କରାଯାଇଥିବାବେଳେ ବାଣ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ତହସିଲଦାର ଶ୍ରୀସେଠୀ କହିଛନ୍ତି । ଆସନ୍ତାକାଲି ଦୀପାବଳୀ ଉତ୍ସବ ଥିବାରୁ ବେଆଇନ ବାଣ ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆଇଆଇସି ଶ୍ରୀରାଉତ ସୂଚନା ଦେଇଛନ୍ତି । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଜନସାଧାରଣ ସରକାରୀ ଗାଇଡଲାଇନ ଅନୁଯାୟୀ ଅଯଥା ଗହଳିରୁ ଦୂରେଇ ରହି ଆଲୋକର ପର୍ବ ଦୀପାବଳୀକୁ ଆନନ୍ଦଉଲ୍ଲାସର ସହିତ ପାଳନ କରିବା ପାଇଁ ତହସିଲଦାର ଓ ଆଇଆଇସି ନିବେଦନ କରିଛନ୍ତି ।
Related Stories
November 25, 2024