କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଅଘଟଣ। ଜିଲ୍ଲାପାଳ କାର୍ଯ୍ଯାଳୟର ଲିପ୍ଟରେ ଫସିଲେ ଆଠ ଜଣ ଆଇନଜୀବୀ। ୨୦ମିନିଟ ପରେ ଉଦ୍ଧାର। ଲିପ୍ଟ ଅଚଳ ହେବା ଯୋଗୁଁ ଘଟିଥିଲା ଅଘଟଣ। ଲିପ୍ଟରେ ଫସିଥିବା ବେଳେ ଆଇନଜୀବୀ ମାନଙ୍କୁ ଉଦ୍ଧାର କରିବା ପାଇଁ କେହି ନଥିଲେ। ଟେକ୍ନିକାଲ ଇଞ୍ଜିନିୟର ଚାବି ନିଜ ପାଖରେ ରଖିଥିଲେ ମଧ୍ୟ ଖୋଲିବା ପାଇଁ ଉଦ୍ଯମ କରିନଥିଲେ। ଏମିତିକି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମାତ୍ର ଲିପ୍ଟ ଚାବି ଖୋଲିବା ପରେ ଉଦ୍ଧାର ହୋଇଥିଲେ। ଅଣନିଶ୍ୱାସୀ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ପୁରୀ ଓକିଲ ସଙ୍ଘର କର୍ମକର୍ତ୍ତା ମାନେ ଏକ ଦାବିପତ୍ର ଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା। ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ଘଟଣାକୁ ନେଇ ଓକିଲ ମାନେ ପ୍ରଶାସନିକ ଅବହେଳା ଓ ନିମ୍ନମାନର ଲିଫ୍ଟ ଯୋଗୁ ଏଭଳି ଘଟଣା ଘଟିଥିବା ଆଇନଜୀବି ମାନେ କହିଥିବା ବେଳେ ଏଭଳି ଘଟଣାର କିଭଳି ପୁନରାବୃତ୍ତି ନ ହେବ ସେଥିପାଇଁ ଏହା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।
Related Stories
November 25, 2024