
କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦର ଆକାଶ ଛୁଆଁ |ବିଦ୍ୟୁତ କୁ ଘରୋଇ ଟାଟା ପାୱାର ହାତ ରେ ଟେକି ଦେବା ଯୋଗୁଁ ଉପଭୋକ୍ତା ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି | ମୋଦୀ ସରକାର ନାସନାଲ ମାନିଟାଇଜେସନ ପାଇପି ଲାଇନ ନୀତି ଦ୍ୱାରା ଦେଶର ସମ୍ପଦକୁ ଅଦାନୀ ଅମ୍ବାନୀକୁ ବିକିଦେବେ |କୋଭିଡ ରେ ଲୋକ ଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ ଗଲା ତାହା ପ୍ରଶ୍ନ ବାଚୀ | କଳା କୃଷି ଆଇନି, ଶ୍ରମିକ ବିରୋଧୀ ଚାରିଟି ଶ୍ରମ କୋଡ଼ ପ୍ରତ୍ୟାହାର ଦାବୀ ନେଇ ଆଜି ସି ପି ଆଇ (ଏମ )ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଅଫିସ ରେ ବିକ୍ଷୋଭ କରାଯାଇ ଦାବୀ ପତ୍ର ଦିଆଯାଇଛି| ଏଥିରେ ଉଲ୍ଲେଖ ଅଛି ଯେ ଲୋକଙ୍କ ଆର୍ଥିକ କ୍ଷମତା ବଢାଇବା ପାଇଁ ଆର୍ଥିକ ପାକେଜ,ଜିନିଷ ପତ୍ର, ତୈଳ, ଗ୍ୟାସ,ଔଷଧ ପତ୍ର ର ଦର କମାଇବା, ବିଦ୍ୟୁତ କୁ ଘରୋଇ କମ୍ପାନୀ ଟାଟା ହାତରୁ ଉଦ୍ଧାର କରିବା, ଦେଶ ରାଷ୍ଟ୍ରାୟତ ଉଦ୍ୟୋଗ କୁ ରକ୍ଷା କରିବା,ପ୍ରଭୁତି ଦାବୀ ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଙ୍କୁ ଦିଆଯାଇଛି |ଏଥିରେ ଶରତ କୁମାର ରାୟଗୁରୁ,ଭୀମସେନ ସ୍ୱାଇଁ,ଜଗନ୍ନାଥ ଦେଓ ଗୋବିନ୍ଦ ନାୟକ ,ମନୋରଞ୍ଜନ ମହାରଣା,ଅମରେନ୍ଦ୍ର ନନ୍ଦ, ବିଭୁତି ରାଉତରାୟ,ରଂଜିତ ନାୟକ, ଶ୍ରୀକାନ୍ତ ପରିଜା,ଟୁନା ନାୟକ ଜ୍ୟୋତି ପ୍ରକାଶ ନାୟକ, ହିମାଂଶୁ ଜେନା,ବାହାନ ପରିଡା, ନିରଞ୍ଜନ ଦାସ, ସୁଦର୍ଶନ ମହାରଣା, ପୂର୍ଣ୍ଣ ବିଶ୍ୱାଳ,ସୁଶାନ୍ତ ମହାରଣା ପ୍ରମୁଖ ନେତୃତ୍ୱ ନେଇଥିଲେ.
