ଭୁବନେଶ୍ୱର, ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ବୁଧବାର ପୂର୍ବାହ୍ନରେ ମୟୂରଭଞ୍ଜର ଠାକୁରମୁଣ୍ଡାଠାରେ ସିଭିଲ୍ ଜଜ୍ (ଜୁନିଅର ଡିଭିଜନ୍) ତଥା ଜେଏମ୍ଏଫ୍ସି କୋର୍ଟର ଉଦ୍ଘାଟନ କରିଛନ୍ତି । ଠାକୁରମୁଣ୍ଡାର ଜନସାଧାରଣଙ୍କର ବହୁପ୍ରତୀକ୍ଷିତ ସ୍ୱପ୍ନ ଆଜି ସାକାର ହେବ । ଆଭାସୀ ମାଧ୍ୟମରେ ଉଦ୍ଘାଟିତ ହୋଇଥିବା ଏହି ଉତ୍ସବରେ ଡକଫର ଜଷ୍ଟିସ୍ ବି.ଆର୍. ଷଡଙ୍ଗୀ, ଜଷ୍ଟିସ୍ ଏସ୍.କେ. ପୂଜାହାରୀ, ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ଓ ଅନ୍ୟ ଜଜ୍ ମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଜିଷ୍ଟ୍ରାର (ପ୍ରଶାସନ) ଦିଲ୍ଲୀପ କୁମାର ମିଶ୍ର, ମୟୂରଭଞ୍ଜ ଜିଲ୍ଲା ଜଜ୍ ପ୍ରଦୀପ କୁମାର ପଟ୍ଟନାୟକ, କରଞ୍ଜିଆ ଅତିରିକ୍ତ ଜିଲ୍ଲା ଜଜ୍ ସୁଶୀଲ କୁମାର ରାଉତ ଏବଂ କରଞ୍ଜିଆ ବାର୍ ଆସୋସିଏସନ୍ ର ସଭାପତି ଦୀପକ କୁମାର ଦାସ ଅଧିକାରୀ ଏବଂ ସେକ୍ରେଟେରୀ ସଂଜୟ କୁମାର ମିଶ୍ର ଏହି ଆଭାସୀ ଉତ୍ସବରେ ଉପସ୍ଥିତ ଥିଲେ ।