
-
ମହାଲିଙ୍ଗ କଲେଜର ଦୁଇଟି ଲେଡିଜ୍ ହଷ୍ଟେଲରେ ପ୍ରଶାସନିକ ତଦନ୍ତ
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ମହାଲିଙ୍ଗ କଲେଜର ଦୁଇଟି ଲେଡିଜ୍ ହଷ୍ଟେଲରେ ପ୍ରଶାସନିକ ତଦନ୍ତ ଚାଲିଛି । ଯୁକ୍ତ ୨ ଓ ଯୁକ୍ତ ୩ ର ଲେଡିଜ୍ ହଷ୍ଟେଲରେ ପ୍ରଶାସନିକ ତଦନ୍ତ ଜାରୀ ରହିଛି । ଦୁଇ ଲେଡ଼ିଜ୍ ହଷ୍ଟେଲରେ ବିଭିନ୍ନ କାଗଜପତ୍ର ଯାଂଚ୍ କରିଛନ୍ତି ଅଧିକାରୀ । ଧର୍ମଗଡ଼ ଉପଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ତଦନ୍ତ କରୁଛନ୍ତି ।