-
କିଛି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇ ନେଲା ପୋଲିସ
ସମ୍ବଲପୁର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କୁଚିଣ୍ଡା ଡ଼ାକବଙ୍ଗଳାରେ ଥିବା ବେଳେ ଆଜି ତାଙ୍କୁ ବିରୋଧ କରି ଡ଼ାକବଙ୍ଗଳା ବାହାରେ କଂଗ୍ରେସ ଓ ବିଜେପି କର୍ମୀ ମାନେ ନାରାବାଜି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି କିଛି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇ ନେଇଛି । ଏହାପରେ ଡ଼ାକବଙ୍ଗଳାରୁ ବାହାରିଥିଲେ ମନ୍ତ୍ରୀ ଟୁକୁନି ସାହୁ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଡ଼ାକବଙ୍ଗଳାରୁ ବାହାରି ସେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ।