
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ଓ ପେନ ଇନ ବୁକସ ପ୍ରକାଶନୀ ସଂସ୍ଥା ପକ୍ଷରୁ ୩୦ ଓ ୩୧ ତାରିଖରେ ଅନୁଷ୍ଠିତ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ ଅବସରରେ ନିଜର ସଫଳ ପାରଦର୍ଶିତା ଓ କୋଣାର୍କ ଐତିହ୍ୟ ଓ ସଂସ୍କୃତିର ଉପରେ ପର୍ଯ୍ୟବେସିତ ନିଜର ବାଲୁକା କଳା ପ୍ରଦର୍ଶନ ନିମନ୍ତେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ରଂଜନ ଗାଂଗୁଲି ଙ୍କୁ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ବିଶିଷ୍ଟ କବି ଶଙ୍କର ପରିଡ଼ା, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ରକ୍ଷକ ନାୟକ ଓ ରେଡିଓ ନମସ୍କାର ଅଧ୍ୟକ୍ଷ ଏନଏ ଶାହା ଅନସାରୀ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଶ୍ରୀ ଗାଂଗୁଲି ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।