କନ୍ଧମାଳ,ଫୁଲବାଣୀ ସହରର ସ୍ଥାନୀୟ ଜ଼ିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜ଼ିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ ଇନ୍ସପେକ୍ଟର ଶ୍ରୀମତୀ କୁମୁଦିନୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା କ୍ରୀଡ଼ା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ଏନଏସଏ ସ ପ୍ରୋଗ୍ରାମ ଅଫିସର ଡଃ. ନୀଳମାଧଵ ପାଢ଼ୀ, ଜ଼ିଲ୍ଲା ଏମପଲୋୟମେଣ୍ଟ ଅଧିକାରୀ ଭୃଙ୍ଗରାଜ ମହାନ୍ତି, ପୂର୍ବତନ ଆର୍ମି ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର, ପବ୍ଲିକ ହେଲଥ ଏକ୍ସଟେନସନ ଅଫିସର ଜୋସ୍ନାରାଣୀ ମହାନ୍ତି, ଜିଲ୍ଲା ଜଳ ପରିମଳ ମିଶନ କନ୍ଧମାଳର ରାଜ ପ୍ରସାଦ ନାୟକ ଏବଂ ନେହରୁ ଯୁବକେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନିତ କୁମାର ଏବଂ ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ବ୍ଲକର ଯୁବକ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ଅକ୍ଟୋବର ୧ରୁ ଆରମ୍ଭ ହୋଇ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥିଲା ।
ଏହି କାର୍ଯ୍ୟକ୍ରମ ବ୍ୟତୀତ ସର୍ଦାର ବଳଭ ଭାଇ ପଟେଲଙ୍କ ଜନ୍ମ ଦିବସ, ଦୁର୍ନୀତି ନିବାରଣ ଦିବସ ଓ ସପ୍ତାହ ପାଳନ ହୋଇଥିଲା । ଏହି ଦିବସରେ ସ୍ଵଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ଭାଇ ଓ ଭଉଣୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଦିବସର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭଉଣୀମାନଙ୍କୁ ଅବଗତ କରିଥିଲେ । ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନେହରୁ ଯୁବକେନ୍ଦ୍ର ଫୁଲବାଣୀ କାର୍ଯ୍ୟାଳୟର ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ବିଷୟରେ ଏବଂ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଚାଲୁ ରହିବ ବୋଲି ଅବଗତ କରିଥିଲେ ।
ବୈଠକ ପରେ ଏକ ରାଲି ଅନୁଷ୍ଠିତ ହୋଇଥିଲା । ପରିଶେଷରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ସୋନାଲି ଡିଗାଲ ମୁଖ୍ୟ ଅତିଥି, ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।