
-
ଆହତ ଜୟନ୍ତ କୁଚିଣ୍ଡା ମେଡ଼ିକାଲରେ ଭର୍ତି
ସମ୍ବଲପୁର, ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କୁଚିଣ୍ଡାରେ କଂଗ୍ରେସ ନେତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳିର ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି । କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦରେ ନାରାବାଜି କଲାବେଳେ ବିଜେଡ଼ି କର୍ମୀ ମାନେ ତାଙ୍କୁ ଚାରିପଟୁ ଘେରିଯାଇ ପିଟିଥିବା ଅଭିଯୋଗ ହୋଇଛି । ସଂଘବଦ୍ଧ ଆକ୍ରମଣରେ ଆହତ ଜୟନ୍ତଙ୍କୁ କୁଚିଣ୍ଡା ମେଡ଼ିକାଲରେ ଭର୍ତି କରାଯାଇଛି । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ରହିଛନ୍ତି ।