ମାଲକାନଗିରି, ଅଳ୍ପ ବୟସରୁ ହୋଇଥିଲା ପ୍ରେମ, ଦୁହେଁ ସ୍ବପ୍ନ ଦେଖୁଥିଲେ ଆଗକୁ ସଂସାର ଗଢିବେ । ହେଲେ ଯେତେବେଳେ ନିଜର ଭୁଲ୍ ବୁଝି ପାରିଥିଲେ ନାବାଳିକା ଜଣକ ନିଜ ପରିବାର କଥା କହି ମନା କରିବାରୁ ଯୁବକ ମୋବାଇଲରେ ରଖିଥିବା ଉଭୟଙ୍କ ଫଟୋକୁ ଭାଇରାଲ କରିଦେବ କହିବାରୁ ନାବାଳିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଏମଭି ୭୯ ଥାନା ସିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୭୦ ଗ୍ରାମରେ ।
ଏମଭି ୭୯ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣଙ୍କ କହିବା ଅନୁଯାୟୀ, ଗତ ଚାରି ପାଞ୍ଚ ବର୍ଷ ତଳୁ ମାଲକାନଗିରି ଥାନା ଅନର୍ଗତ ଏମଭି ୧୪ ଗ୍ରାମର ବିଳାସ ବୈଦ୍ୟ ( ୧୪ ) ଏବଂ ପଡିଆ ବ୍ଲକ ସିମିଳିବାଞ୍ଛା ପଞ୍ଚାୟତ ଏମପିଭି ୭୦ ଗ୍ରାମର ଦୁର୍ଯ୍ୟୋଧନ ବରୋଇଙ୍କ ସାନ ଝିଅ ଦୁହେଁ ପରସ୍ପରକୁ ଭଲପାଉଥିଲେ । ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥାଏ । ଝିଅ ଯେତେବେଳେ ନିଜର ଭୁଲ୍ ବୁଝି ପାରିଥିଲେ ଯେ ନିଜର ବାପା ମା ଙ୍କ କଥାକୁ କାଟି ବିବାହ କଲେ ବାପା ମା ଦୁଃଖ କରିବା ସହ ପରିବାରରେ ଅଶାନ୍ତି ଦେଖାଯିବ ସେତେବେଳେ ସେ ବିଳାସଙ୍କୁ ଏପରି ଲୁଚି ଛପି ବିବାହ କରିବେନି । ବୋଲି ରୋକଠୋକ ମନାକରିବା ପରେ ବିଳାସ ନିଜ ମୋବାଇଲରେ ରଖି ଥିବା ଉଭୟଙ୍କ ଫଟୋ ଭାଇରାଲ କରିଦେବ କହିବାରୁ ନାବାଳିକା ଜଣକ ଡରିଯାଇ ଆତ୍ମହତ୍ୟା ପାଇଁ ଘାସ ମରା ବିଷକୁ ପିଇ ଦେଇଥିଲେ । ଘଟଣାଟି ଅକ୍ଟୋବର ମାସ ୧୦ ତାରିଖରେ ପରିବାର ବର୍ଗ ଝିଅର ବିଷ ଖାଇଥିବା ଜାଣି ପାରି ତୁରନ୍ତ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ପରେ ଭଲହେବାରୁ ଘରକୁ ଆଣିଥିଲେ କାରଣ ଜାଣିବାପରେ ଯୁବକ ବିଳାସ ନାମରେ ଏମଭି ୭୯ ଥାନାରେ ଗତ ୧୮ ତାରିଖରେ ପରିବାର ପକ୍ଷରୁ ଲିଖତ ଅଭିଯୋଗ କରିବା ପରେ ୨୦ ତାରିଖ ରେ ବିଳାସ କୁ ପୋଲିସ କେସ ନମ୍ବର ୮୩/୨୧ ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଅନ୍ୟ ପଟରେ ନାବାଳିକା ଜଣକ ଖାଇଥିବା ବିଷର ପ୍ରଭାବରେ କିଛି ଦିନ ପରେ ଗୁରୁତ୍ବର ହୋଇପଡିବାରୁ ପରିବାର ବର୍ଗ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସେଠାରୁ ଗୋଟିଏ ଦିନ ପରେ ମାଲକାନଗିରି ସେଠାରୁ କୋରାପୁଟ ପରେ ବିଶାଖାପାଟଣା ନେଇଥିଲେ । ସେଠାରେ ଡାକ୍ତର ମନାକରିବାରୁ ନିଜ ଘରକୁ ଧରି ଆସିଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ ପକ୍ଷରୁ ସେହି କେସ୍ କୁ ଆଧାର କରି ଶବ ଜବତ କରି ବ୍ୟବଚ୍ଛେଦ କରାଇ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ନିଜେ ଏହାର ତଦନ୍ତ କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।