
ସମ୍ବଲପୁର, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ, ମାମଲାରେ ଜଡ଼ିତ ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ବାରିକଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆରକ୍ଷୀ ଉପ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସିନୀ ଦାଶ, ସଂଯୁକ୍ତା ପ୍ରଧାନ, ସୁଷମା ସହୁ, ସୀତା ଛୁରିଆ, ଅମୂଲ୍ୟା ସାହୁ, ଅରୁନ୍ଧତୀ ପତ୍ର, ରୁନୁ ପ୍ରଧାନ, ମେଜ ସାହୁ, ଗୋପେଶ୍ୱରୀ ଦାଶ, ରିଙ୍କି ସାହୁ, ବିଜୟଲକ୍ଷ୍ମୀ ଜେନା, ଶିତାକାନ୍ତି ମେସୁଆ, ଭବାନୀ ଦୁଷର, ଅନୁଶୟା ସାମଲ, କାନ୍ତି ମେହେର, ମଞ୍ଜୁଲା ଓରାମ, ଶଲୀଳା ପଣ୍ଡା, ରଶ୍ମିତା ହୋତା, ସୁବର୍ଣ୍ଣ ପରିଡା, ସଂଯୁକ୍ତା ଆଚାର୍ଯ୍ୟ, ଖିରାବଧି ରାଣା, ସୁମି ପରିଡା, ଅଞ୍ଜଲି ଦୀପ, ସେବତୀ ପଟ୍ଟନାୟକ, ଜାନକୀ ମେହେର, ପଦ୍ମା ସୁନା, ସନ୍ତୋଷିନୀ ପାତ୍ର, ସୁରମା ପୋଢ଼, ସଇରେନ୍ଦ୍ରି ପ୍ରଧାନ, ପଦ୍ମାସିନୀ ସ୍ୱାଇଁ, ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗିରିଷ ପଟେଲ ରାଧେଶ୍ୟାମ ବାରିକ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ରାମ ଚନ୍ଦ୍ର ମେହେର, ଚନ୍ଦ୍ର ଶେଖର ପଣ୍ଡା, ଦାମୋଦର କର, ଗୋବିନ୍ଦ ଅଗ୍ରୱାଲ, ମାନସ ରଞ୍ଜନ ବକ୍ସି, ମହେନ୍ଦ୍ର ମିଶ୍ର, ଅନୁପ ମିଶ୍ର, ସୌମିତ୍ର ଜତି, ଶିବ ଦିୱାନ, ଟୁକୁ ମହାନ୍ତି, ସୌମିକ ବାବୁ, ଫିରୋଜ ଖାଁନ, ସନ୍ତୋଷ ଡାଳୁଆ ପ୍ରମୁଖ ସାମିଲ୍ ଥିଲେ ।