ଭୁବନେଶ୍ୱର,ପେଟ୍ରୋଲ , ଡ଼ିଜେଲ ସମେତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମହଙ୍ଗା ବିରୋଧରେ ଭୁବନେଶ୍ୱରରେ ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ଗଣ ବିକ୍ଷୋଭ ଅନୁÂିତ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଉଭୟ ସଂଗଠନର କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନେ ଟ୍ରଲି ଉପରେ ଏକ ସ୍କୁଟର ରଖି ପ୍ରତିବାଦ କରିବା ଦେଖାଯାଇଥିଲା ।
ସେଠାରେ ସିପିଆଇର ଜୋନ୍ ସମ୍ପାଦକ ସୁର ଜେନା ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ– କରୋନା ଆଳରେ ମହଙ୍ଗା ମାଡ଼ ବେଢ଼ି ଉପରେ କୋରଡ଼ାମାଡ଼ ଭଳି ହୋଇଛି । ମୋଦି ସରକାର ସବୁ ଜିନିଷର ମୂଲ୍ୟବୃଦ୍ଧିକରି, ୧୩୦ କୋଟି ଲୋକଙ୍କ ପକେଟ୍ କାଟି ପୁଞ୍ଜିପତମାନଙ୍କୁ ମୁନାଫା ଦେବାରେ ଲାଗିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କ୍ଷେତ ମୂଲିଆ ନେତା ଛେତମ୍ବର ଭୋଇ, ସୁବାସ ସାହୁ, ଅଶୋକ ବାରିକ, ରମେଶ ରାଉତ, ଡାକ ହେମ୍ବ୍ରମ୍, ଜରିନା ବିବି, ସୁଷମା ଭୋଇ ପ୍ରମୁଖ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ।