ଭୁବନେଶ୍ୱର,ସୁନ୍ଦରଗଡ ସମବାୟ ବ୍ୟାଙ୍କ୍ ନିର୍ବାଚନ ପାଇଁ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ମାସେ ମଧ୍ୟରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇାକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହିତ ସମବାୟ ନିର୍ବାଚନ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କ ହାତରେ ଦିଆଯିବା ନିଷ୍ପତିକୁ ହାଇକୋର୍ଟ ରଦ୍ଧ କରିଛନ୍ତିି । ଏହାପରେ ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଛି ।
ନିର୍ବାଚିତ ସଦସ୍ୟମାନଙ୍କ କାର୍ଯ୍ୟକାଳ ଦେଢବର୍ଷ ହେବ ଶେଷ ହୋଇଥିବା ବେଳେ ସରକାର ସମବାୟ ନିର୍ବାଚନ କରୁନାହାନ୍ତି । ଏହା ସମବାୟ ଆଇନ ର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଆବେଦନ କରାଯାଇଥିଲା ।