ଭୁବନେଶ୍ୱର, ଗ୍ରୀନ୍ କା୍ରକରରେ ପ୍ରଦୂଷଣର ମାତ୍ରା କମ୍ । ସରକାରଙ୍କ ନିୟମ ମାନି ଆମେ କମ୍ ସମୟ ବାଣ ଫୁଟାଇବା । ଅମାନିଆ ହୋଇ ଅନ୍ୟ ବାଣ ଫୁଟାଇଲେ ପ୍ରଦୂଷଣର ମାତ୍ରା ବଢିବ । ଏହାଯୋଗୁଁ କେବଳ କୋଭିଡ୍ ରୋଗୀଙ୍କ ସମସ୍ୟା ବଢିବ ନାହିଁ ବରଂ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଯିବ । ଆଜମା ଓ ବିଭିନ୍ନ ପ୍ରକାର ଆଲର୍ଜି ମଧ୍ୟ ହୋଇପାରେ । ସେହିପରି ପାର୍ବଣ ବୋଲି ଅଧିକ ସଂଖ୍ୟାରେ ଲୋକ ଏକାଠି ହେବା ମଧ୍ୟ ଅନୁଚିତ୍ । କାରଣ କୋଭିଡ୍ ଏବେ ବି ସମ୍ପୂର୍ଣ୍ଣ ଯାଇନାହିଁ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
ଦୀପାବଳୀରେ ବାଣ ଫୁଟା ସମ୍ପର୍କିତ ମାମଲାର ବିଚାର କରି ଗତକାଲି ଓଡିଶା ହାଇକୋର୍ଟ କେବଳ ସବୁଜ ବାଣର ବିକ୍ରି ଓ ଫୁଟାଇବାକୁ ଅନୁମତି ଦେଇଥିଲେ । ଏହାପରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ବାଣ ଫୁଟାଇବା ନେଇ ଗାଇଡ ଲାଇନ୍ ଜାରି କରାଯାଇଥିଲା ।