
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଆସନ୍ତା ଦୀପାବଳି ଅମାବାସ୍ୟା ପାଇଁ ପୁରୀଜିଲ୍ଲା ପ୍ରଶାସନ ତରଫରୁ ଲାଗିଲା କଟକଣା |ଶ୍ରୀମନ୍ଦିର ନିକଟରେ କାଉଁରିଆ କାଠି ଜାଳିବା ମନା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଦୀପାବଳିରେ କାଉଁରିଆ ଜାଳିବାକୁ ଶ୍ରଦ୍ଧାଳୁଙ୍କୁ ମିଳିବନି ଅନୁମତି ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ | କଟକଣା ନେଇ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଛନ୍ତି ।