ମାଲକାନଗିରି, ମାଲକାନଗିରି ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଂଚଳର ବଣ୍ଡା, କୋୟା, କନ୍ଧ ଆଦି ସମ୍ପ୍ରଦାୟର ଆଦିବାସୀ ଯୁବକ ଯୁବତୀ ମାନେ ମାଲକାନଗିରି ସ୍ଥିତ ଆଓମା ଗୁରୁକୂଳରେ ଜୁଡୋ ଶିକ୍ଷା ଗ୍ରହଣ କରି ଚଳିତ ମାସ ୨୯ ରୁ ୩୧ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ସ୍ଥିତ ଟିଟିଲାଗଡ଼ ଠାରେ ରାଜ୍ୟ ସ୍ତରୀୟ ମୁକ୍ତ ଜୁଡ଼ୋ ପ୍ରତିଯୋଗିତାରେ ଭାଗ ନେଇ ମାଲକାନଗିରିର ସମସ୍ତ ୧୬ ଜଣ ଖେଳାଳୀଙ୍କ ମଧ୍ୟରୁ ୯ ଜଣ ବିଭିନ୍ନ ବିଭାଗରେ ଖେଳି ସମୁଦାୟ ୧0 ଟି ମେଡାଲ ଆଣି ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି ।
ଏଣୁ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଆଓମା ଗୁରୁକୂଳ ଏବଂ ଜିଲ୍ଲା ଜୁଡୋ ସଂଘର ସଭାପତି ରତ୍ନାକର ଦାଶ, ଦିଲ୍ଲୀପ ଦାଶଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ଶୁଭ କାମନା ଜଣାଇଛନ୍ତି ।
ସୂଚନା ଯୋଗ୍ୟ, ତନ୍ମଧ୍ୟରୁ ସୁକ୍ରା କିର୍ସାନି, ବାପା ଛେଉଣ୍ଡ ଛାତ୍ର ଦୁର୍ଗମ ବଣ୍ଡାଘାଟି ନିକଟସ୍ଥ ବଡ଼ପଡା ଗ୍ରାମର ନିବାସୀ ଅଟନ୍ତି ଏବଂ ମାସୀ ହନ୍ତାଳ ମଧ୍ୟ ବାପା ଛେଉଣ୍ଡ ଛାତ୍ର ସ୍ୱାଭିମାନ ଅଂଚଳ ନିବାସୀ ଅଟନ୍ତି । ଏହି ଦୁଇ ଖେଳାଳୀ ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ସୁକ୍ରା କିର୍ସାନି ଚଳିତ ମାସ ୬ ତାରିଖ ଦିନ ଜାତୀୟ ସ୍ତରରେ କ୍ୟାଡେଟ କ୍ୟାଟେଗୋରୀରେ ଖେଳିବା ପାଇଁ ଚଣ୍ଡିଗଡ ଗସ୍ତ କରିବେ ।