
ଭୁବନେଶ୍ୱର, ପେଟ୍ରୋଲିୟମ ଉତ୍ପାଦ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ମହିଳ ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିବା ଜଣା ପଡିଛିା ବିଜେଡି ମହିଳା ଶାଖା ପକ୍ଷରୁ ଭୁବନେଶ୍ୱରର ଏକ ରାଲୀ କରା ଯାଇ ଏଡିଏମ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉଲ୍ଲେଖନୀୟ ଯେ ଏହି ପ୍ରସଙ୍ଗରେ ରବିବାର ଦିନ ରାଜଭବନ ଠାରେ ବିଜେଡି ପକ୍ଷରୁ ଧାରଣା ଦିଆ ଯାଇଥିଲା । ଆଜି ଠାରୁ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରତିବାଦ କରା ଯାଉଛି ।