ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଂଟା ଗ୍ରାମରେ ବେଆଇନ ବାଣ ପ୍ରସ୍ତୁତ ହୋଇ ଦୀପାବଳୀରେ ବିକ୍ରୀ ପାଇଁ ଗଚ୍ଛିତ ଥିବା ସମ୍ପର୍କରେ ଖବର ପାଇ ପୋଲିସ ପକ୍ଷରୁ ଆଜି ସେଠାରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି ଆସିକା ପୋଲିସ । ଜବତ ବାଣର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି ।