-
ପାଟନେଶ୍ୱରୀଙ୍କ ମନ୍ଦିରରୁ ବାହାରିଲା ମଶାଲ ଶୋଭାଯାତ୍ରା
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲାର ପ୍ରତିଷ୍ଠା ଦିବସ ନଭେମ୍ବର ପହିଲାକୁ ବଲାଙ୍ଗିର ଦିନ୍ ରୂପେ ପାଳନ କରାଯାଉଛି । ଆଜି ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ପାଟଣାର ଇଷ୍ଟଦେବୀ ମା ପାଟନେଶ୍ୱରୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା କରାଯାଇ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା । ଏହି ମଶାଲ ଶୋଭାଯାତ୍ରା ନଗର ପରିକ୍ରମା କରି କୋଶଳ କଳାମଣ୍ଡପ ଠାରେ ପହଂଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା ।