କନ୍ଧମାଳ, ଭବିଷ୍ୟତ ନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘର ଆନ୍ଦୋଳନ ପାଇଁ ସଜବାଜ । ସରକାରଙ୍କ ବୈମାତୃକ ମନୋଭାବ ନେଇ ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀ ସଂଘ କନ୍ଧମାଳର ଏକ ବୈଠକ ମାଷ୍ଟରପଡା ଫୁଲବାଣୀଠାରେ ଅନୁଷ୍ଠିତ ହୋଇଯାଇଛି । ସରକାର ଭବିଷ୍ୟନିଧି ଅବସରପ୍ରାପ୍ତ କର୍ମଚାରୀଙ୍କୁ ମାସିକ ତିନି ହଜାର ଟଙ୍କା ପେନସନ ଦେଉଥିବା ବେଳେ ସେହି ସମାନ କାମ କରିଥିବା ଅନ୍ୟ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୨୦-୨୫ ହଜାର ପେନସନ ଦେଉଥିବା ଅଭିଯୋଗ କରିଛନ୍ତି ଇପିଏଫ ବା ଭବାଷ୍ୟନିଧି ପେନସନ ପାଉଥିବା କର୍ମଚାରୀ । ତିନି ହଜାର ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉନଥିବାରୁ ସେମାନେ ସରକାରଙ୍କ ଦ୍ୱାରସ୍ଥ ହେଉଛନ୍ତି । ମାତ୍ର ସରକାର କର୍ଣ୍ଣପାତ କରୁନାହାନ୍ତି । ଅଧିକ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀଙ୍କର ନିୟମିତ ବ୍ୟବଧାନରେ ପେନସନ ବୃଦ୍ଧି ମଧ୍ୟ ହେଉଛି । ଦେଶରେ ପ୍ରାୟ ୭୦ ଲକ୍ଷ ଭବିଷ୍ୟନିଧି ପେନସନ ପାଉଥିବା କର୍ମଚାରୀଙ୍କ ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଏନେଇ ଆଗାମି ଦିନରେ ଆନ୍ଦୋଳନ କରିବାକୁ ସଂଘ ପ୍ରସ୍ତୁତ ହେଉଥିବା ରାଜ୍ୟ ସମ୍ପାଦିକ ଭାଗ୍ୟଧର ଜେନା ସୂଚନା ଦେଇଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଅବସରପ୍ରାପ୍ତ ଇପିଏଫ ସଂଘର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ବୈଠକରେ ଯୋଗ ଦେଇ ମୂଲ୍ୟବାନ ମତାମତ ଦେଇଥିବା ସଦସ୍ୟ ରଘୁନାଥ ରାଇ ସୂଚନା ଦେଇଥିଲେ । ସରକାର ଅବସରପ୍ରାପ୍ତ ଭବିଷ୍ୟନିଧି କର୍ମଚାରୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବୀ କରାଯାଇଛି ।