କେନ୍ଦ୍ରାପଡ଼ା – ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୃର୍ନିତୀ ନିବାରଣ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ସୂଚନା ଓ ଲୋକସଂପର୍କ ଅତିରିକ୍ତ ନିଦେ୍ର୍ଧଶକ ଚନ୍ଦ୍ରକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଦୃର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନବ ଜୀବନରେ ଶୃଙ୍ଖଳା ରକ୍ଷା କରି “ମାନବ ସେବା ହିଁ ମାଧବ ସେବା” ସଂଜ୍ଞାକୁ ଆଦରି ପାରିଲେ ସମାଜର ତୃଣମୂଳ ସ୍ତରରୁ ଦୃର୍ନିତୀର ମୂଳୋପôାଟନ ହୋଇପାରିବ । ଜୀବନରେ ସୁକର୍ମ ପ୍ରତ୍ୟେକ ଅର୍ଥକୁ ଅନର୍ଥ ନକରି ଯୁକ୍ତାମ୍ôକ ଓ ଗଠନମୂଳକ ଅର୍ଥ ବୁଝି ପ୍ରାରବ୍ଧ କର୍ମରୁ ମାନବ ଜୀବନର ମୂଲ୍ୟକୁ ଯଥାର୍ଥ କରି ରାଷ୍ଟ୍ରର କଲ୍ୟାଣ ସ୍ରାଦେ୍ଧ ନିଜକୁ ଉତ୍ସର୍ଗୀ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତାଭାବେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ରାଷ୍ଟ୍ର ଦୃର୍ନିତୀ ନିବାରଣ ବିଭାଗର ୨୭ ଗୋଟି ଆଚରଣ ସହ୍ନିତା ଗୁଡିକୁ ଉଦ୍ବୃତ କରି ପ୍ରତ୍ୟେକ ବ୍ୟକ୍ତି ଆଇନ୍ଗତ କାର୍ଯ୍ୟ କରିବା ଦ୍ୱାରା ସମାଜରୁ ଦୃର୍ନିତି ହଟିପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରଦତ ଦାୟିତ୍ୱକୁ ସୂଚାରୁରୂପେ ସଂପାଦନା କରି ରାଜ୍ୟ ସରକାରଙ୍କ ୫ଟି କୁଶଳକୁ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗାରିନ୍ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଦୁର୍ନିତୀ ମହାପାପ । ଆମ୍ଭେ ସମସ୍ତେ ଦୁର୍ନିତୀର ମୂଳପôାଟୋନ କରି ସାମାଜିକ ପ୍ରଗତିର ସ୍ରୋତକୁ ଆଗକୁ ନେବାସହ ଶୃଙ୍ଖଳା ଜୀବନ ଯାପନ କରନ୍ତୁ । ପ୍ରାରମ୍ଭରେ ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ରାୟଗୁରୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଧଶକ ଶ୍ରୀ ନାୟକ ଦୃର୍ନିତୀ ନିବାରଣ ସଚେତନତା ଶପଥପାଠ କରାଇଥିଲେ । ଏହି ଅବସରରେ କେନ୍ଦ୍ରାପଡା ସହରର ବୁଦ୍ଧିଜିବୀ ହେମନ୍ତ ଜେନା, ଆଶୀଷ ସେନାପତି, ଭ୍ରମର ବର ବିଶ୍ୱାଳ, ସ୍ନେହ ତ୍ରିପାଠୀ, କିଶୋର ଚନ୍ଦ୍ର ସାହୁ, ବିଶ୍ୱ ପ୍ରକାଶ କାନୁନ୍ଗୋ, ଛାତ୍ରୀ ଅଞ୍ଜୁଳା ପାଣି ଦୁର୍ନିତି ନିବାରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବେସାମରିକ ଅଧିକାରୀ ରଜନୀକାନ୍ତ ଦାସ, ପୂର୍ତ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା, ପୈାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।