ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନର ବିକାଶ ପାଇଁ ବ୍ରହ୍ମପୁର ଠାରେ ଗ୍ରୀନ ଫିଲ୍ଡ ସିଭିଲିଆନ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଆଜି ବାଣିଜ୍ୟିକ ସହର ବ୍ରହ୍ମପୁରରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପର୍ଯ୍ୟନ୍ତ ଏକ ବିରାଟ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ନଗର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ଏହି ରେଲି ଆରମ୍ଭ ହୋଇ ହିଞ୍ଜିଳିକାଟୁ ଯିବା ରାସ୍ତାରେ ଗିରି ରୋଡ, ବଡ଼ବଜାର, ଫାଷ୍ଟ ଗେଟ, ଆଙ୍କୁଶପୁର, କୁକୁଡାଖଣ୍ଡି ଓ ଅନ୍ୟ ସ୍ଥାନରେ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ସହର ପରିକ୍ରମା ସହ ବସଷ୍ଟାଣ୍ଡରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା । ତା ପରେ ବିଡ଼ିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହାର କପି ଗଞ୍ଜାମ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ୫-ଟି ସଚିବ ଓ ଜିଲ୍ଲପାଳଙ୍କୁ ଦିଆଯାଇଛି । ଗତ ୨୨ ବର୍ଷରେ ରାଜ୍ୟର ବିଜେଡି ସରକାର ଭୁବେନଶ୍ବର-କଟକ-ପୁରୀ ଓ ପଶ୍ଚିମ ଓଡ଼ିଶାର ବିକାଶ କରୁଛନ୍ତି, କିନ୍ତୁ ଦକ୍ଷିଣ ଓଡ଼ିଶା ପାଇଁ ମୁହଁ ମୋଡୁଛନ୍ତି କାହିଁକି ବୋଲି ପ୍ରଶ୍ନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀଙ୍କ ସହିତ ସଚିବ ସ୍ଵରାଜ୍ୟ ସାହୁ, ହିଞ୍ଜିଳିକାଟୁର ବରିଷ୍ଠ ସାମାଜ ସେବୀ ଦେବାନନ୍ଦ ମହାପାତ୍ର, ସାମାଜିକ କାର୍ଯ୍ୟକର୍ତ୍ତା କୃଷ୍ଣଚନ୍ଦ୍ର ସାହୁ, ଅମ୍ବିକା ପଣ୍ଡା, ଓଡିଏଫ ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି. ସୋମେଶ୍ୱର ରାଓ, ପ୍ରିତିଶ୍ ପାଣିଗ୍ରାହୀ, ସାମାଜିକ କାର୍ଯ୍ୟକର୍ତ୍ତା ଉତ୍ତମ ପାଣିଗ୍ରାହୀ, ଗୁପ୍ତେଶ୍ୱର ଷଡ଼ଙ୍ଗୀ, ବାଳକୃଷ୍ଣ ସାମନ୍ତରାୟ, ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ଏମଭିଏସ ଭାସନ୍, କବିସୂର୍ଯ୍ୟ ନଗରର ସାମାଜିକ କାର୍ଯ୍ୟକର୍ତ୍ତା ଉମା ଭାଇ, ବି. ଶଙ୍କର ପାତ୍ର, ପ୍ରଶାନ୍ତ କୁମାର ପଣ୍ଡା, ସୁଦାମ ବାବୁ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।