ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିର୍ମାଣ ହୋଇଥିବା ସର୍ଦ୍ଦାର ପଟେଲଙ୍କ ଅବଦାନ ଯେତିକି ବିରାଟ, ତାଙ୍କର ପ୍ରତିମୂର୍ତି ମଧ୍ୟ ସେତିକି ସୁଉଚ୍ଚ । ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନ୍ୟାୟ ଓ ଆଦର୍ଶର ପ୍ରତୀକ । ଏହା ଦେଶର ଚାଷୀ, ଗରିବ ଓ ଉପେକ୍ଷିତ ବର୍ଗଙ୍କୁ ସମାନ ଅଧିକାର ପ୍ରଦାନ କରି ସମାଜରେ ସମ୍ମାନଜନକ ଭାବେ ବଂଚିବାର ଅଧିକାର ପ୍ରଦାନ କରିବା ନେଇ ସଂକଳ୍ପର ପ୍ରତୀକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି ।