ପୁରୀ, ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ରାଜସ୍ବ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ସଞ୍ଚୟ ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ । ସରକାରୀ ଓ ପଞ୍ଜିକୃତ ସଂସ୍ଥା ମାଧ୍ୟମରେ ଅର୍ଥଲଗାଣ କରିବା, କମ୍ ସମୟ ମଧ୍ୟରେ ଅଧିକ ଅର୍ଥ ପାଇବା ପାଇଁ କୌଣସି ଅଣ ପଞ୍ଜିକୃତ ସଂସ୍ଥା ପକ୍ଷରୁ ଆକର୍ଷଣମୂଳକ ଘୋଷଣା ଠାରୁ ନିଜକୁ ଦୂରେଇ ରଖିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ଏଥିସହ ଆସନ୍ତାକାଲି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସଞ୍ଚୟ ପାକ୍ଷିକ ପାଳନ କରାଯିବ । ଚଳିତ ବର୍ଷର ବିଷୟବସ୍ତୁ “ସ୍ବଳ୍ପ ସଞ୍ଜୟର ବ୍ୟବହାର ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ” ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃକ୍ଷରୋପଣ କରାଯିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ହେବ ।
ଏହି ଅବସରରେ ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।