
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଭଳି କଠିନ ପରିସ୍ଥିତିରେ ରାଜ୍ୟବାସୀଙ୍କ ଧନଜୀବନକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ଦ୍ୱାରା ଆମ ଓଡିଶା ସମଗ୍ର ଦେଶରେ ପ୍ରଥମ ହୋଇପାରିଛି l ଏହି ଯୋଜନାକୁ ଅଧିକ ସଶକ୍ତ କରିବା ପାଇଁ ତଥା ଚିଲିକା ଲୁଣାପାଣି ଘେରା ଦୀପାଞ୍ଚଳ ଇଲାକାରେ ଥିବା ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଆଜି କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗ୍ରାମପଞ୍ଚାୟତ ପରଳା ଗ୍ରାମରେ ନୂତନ ବହୁମୁଖି ବାତ୍ୟା ଆଶ୍ରୟ ସ୍ଥଳୀର ଭୂମିପୂଜା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଖଣି ଓ ଇସ୍ପାତ, ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସମ୍ମାନୀୟ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୃଷ୍ଣ ପ୍ରସାଦ ବ୍ଲକ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ବନ୍ଦନା ପ୍ରଧାନ, ପୁରୀ ସଦର ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ, ସମିତି ସଭ୍ୟ ରଘୁନାଥ ଜେନା ଓ କୃଷ୍ଣପ୍ରସାଦ ବ୍ଲକ ପ୍ରଶାସନିକ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।