
ନୂଆପଡା, ସୁନା କାନଫୁଲ ଲୁଟି ଫେରାର ହୋଇଥିବା ଲୁଟେରାକୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ହେଲେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଶ୍ୟାମ ଘିଭେଲା ।
ସୂଚନାମତେ, ଖଡ଼ିଆଳ ଥାନା ଖଇରପଦର ଗାଁର ଯଦୁ ପଟେଲ ସ୍ତ୍ରୀଙ୍କ ବନ୍ଧକ ସୁନା କାନଫୁଲକୁ ଗତ ୧୬ ତାରଖ ଖଡ଼ିଆଳରୁ ମୁକୁଳାଇ ଘରକୁ ଯାଉଥିବା ବେଳେ ଅଭିଯୁକ୍ତ ଶ୍ୟାମ ତାକୁ ପିଛା କରିଥିଲେ । ବାଟରେ କାନଫୁଲ ଲୁଟି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ଏନେଇ ଯଦୁ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଶ୍ୟାମକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି ।