ଭୁବନେଶ୍ୱର, ରାଜ୍ୟରେ ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ପ୍ରଥାର ବିଲୋପ ସହ ଶିଶୁମାନଙ୍କ ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତନ ଦିଗରେ ବିଧାୟକମାନଙ୍କ ଫୋରମ୍ ଗଠନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସ୍ୱେଚ୍ଛାସେବୀ ସଂସ୍ଥା ପ୍ରେମ୍ ଏବଂ ଏଡୁକୋ, ସ୍ପେନ୍ ପକ୍ଷରୁ ଏହି କାର୍ଯ୍ୟକ୍ରମର ବ୍ୟାପକ ରୂପାୟନ ହେଉଥିବା ପରିପ୍ରେକ୍ଷୀରେ ଶିଶୁମାନଙ୍କ ସାମୂହିକ କଲ୍ୟାଣ ପାଇଁ ବିଧାୟକ ଫୋରମ୍ ଗଠନ ସହ ଏ ଦିଗରେ ଆବଶ୍ୟକୀୟ ଆଇନ ପ୍ରଣୟନ ପାଇଁ ବାଚସ୍ପତି ଡ. ପାତ୍ର ପ୍ରୋତ୍ସାହନ ଓ ଦିଗ୍ଦର୍ଶନ ଦେଉଛନ୍ତି । ସେଥିପାଇଁ ତାଙ୍କୁ ଆଜି ଦୁଇ ସଂସ୍ଥା ତରଫରୁ ଉତରୀୟ ଓ ଫଳକ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ବାଚସ୍ପତିଙ୍କ କକ୍ଷରେ ଅନୁଷ୍ଠିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ‘ପ୍ରେମ୍’ର ସଭାପତି ଜାବୋଦ ଥିଣ୍ଡିଲ୍, ଏଡୁକୋ, ସ୍ପେନ୍ ର ନିର୍ଦ୍ଦେଶକ ଗୁରୁପ୍ରସାଦ ରାଓ, ପ୍ରେମ୍ ର ଲୋକସଂପର୍କ ଅଧିକାରୀ ରତନ ମିଶ୍ର, କାର୍ଯ୍ୟକ୍ରମ ପରିଚାଳକ ସ୍ୱାଧୀନ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ ।