ବଲାଙ୍ଗିର, ମୃତ ମମିତା ମେହେରଙ୍କ ପରିବାର ଲୋକଙ୍କୁ ଭେଟି ଫେରିବା ପରେ ଅଲଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମମିତା ହତ୍ୟା ନିର୍ଭୟା କାଣ୍ଡ ଠାରୁ କୌଣସି ମାତ୍ରାରେ କମ୍ ନୁହେଁ । ଜଗନ୍ନାଥଙ୍କ ପବିତ୍ର ଭୂମି ଅପରାଧ ପ୍ରଦେଶରେ ପରିଣତ ହୋଇଛି । ମାମଲାରେ ଦଳର ତିନୋଟି ପ୍ରମୁଖ ଦାବି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେଗୁଡିକ ହେଲା ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରାଯାଉ, ୧୨୦ ବି ଦଫା ଲଗାଇ ମାମଲା ରୁଜ୍ଜୁ କରାଯାଉ, ଘଟଣାର ନିରପେକ୍ଷ ତଦନ୍ତ ସହ ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ସାରି ଦୋଷୀକୁ ଫାଶି ଦିଆଯାଉ । ରୋଜଗାରକ୍ଷମ ଝିଅକୁ ହରାଇଥିବା ମମିତାଙ୍କ ପରିବାରକୁ କୋଟିଏ ଟଙ୍କା ଏବଂ ତାଙ୍କ ଭାଇକୁ ସରକାରୀ ଚାକିରୀ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।