ଭୁବନେଶ୍ୱର, ବର୍ଷିଆନ ଗାନ୍ଧୀବାଦୀ ପଦ୍ମଶ୍ରୀ ଏସ.ଏନ ସୁବାରାଓଙ୍କ ପରଲୋକରେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କର ବିୟୋଗରେ ଏକ ଉଜ୍ୱଳ ଜ୍ୟୋତିଷ୍କ ଅନ୍ତର୍ହିତ ହୋଇଗଲା ଏବଂ ଅଗଣିତ ଯୁବକ ଓ ସମର୍ପିକୃତ ବ୍ୟକ୍ତିତ୍ୱମାନଙ୍କ ପାଇଁ ସେ ଆଦର୍ଶ ଓ ପ୍ରେରଣାର ଉତ୍ସ ଥିଲେ ବୋଲି ସେ ଶୋକ ବାର୍ତାରେ କହିଛନ୍ତି । ଶାନ୍ତି, ସଦଭାବନା ଓ ଭାଇଚାରା ପାଇଁ କାର୍ଯ୍ୟ କରିଆସୁଥିବା ସୁବାରାଓ ଗାନ୍ଧୀବାଦ ଓ ଗାନ୍ଧୀଦର୍ଶନର ପ୍ରଚାର ଓ ପ୍ରସାରରେ ଅନବଦ୍ୟ ଭୂମିକା ଗ୍ରହଣ କରିଥିଲେ । ଜଣେ ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ରୂପେ ସେ ଇତିହାସରେ ଚିର ସ୍ମରଣୀୟ ରହିବେ । ସେହିପରି ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ଏସ.ଏନ ସୁବାରାଓଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।