ଭୁବନେଶ୍ୱର, ରାଜ୍ୟର ୧୧୪ ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର ମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ସହରାଚଂଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା , ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଏବଂ ମିଶନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠାମାନଙ୍କ ଦ୍ୱାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଯାଉଛି । ଏହି ସବୁ କେନ୍ଦ୍ରଗୁଡିକର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ସେହି ସବୁ ଗାଡି ଓ ଯନ୍ତ୍ରପାତି ଗୁଡିକର ନିୟମିତ ରକ୍ଷଣା ବେକ୍ଷଣ ଜରୁରୀ ଯାହା ସେହି କମ୍ପାନୀମାନେ ଠିକ୍ ସମୟରେ ଏବଂ ସ୍ଥାନୀୟ ଭାବେ ଯୋଗାଇବା ସମ୍ଭବ ହେଉ ନାହିଁ । ଏହି ସବୁ ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣା ବେକ୍ଷଣକୁ ସହଜ କରିବା ପାଇଁ ଆମର ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ୱାକ୍ଷରିତ ହୋଇଛି । ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଚଂଳ ଓ ଆ.ଟି.ଆଇ ମାନଙ୍କ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
ଆମର ନିଜସ୍ୱ ଉପଲବ୍ଧ ସମ୍ବଳରେ ଏହି ବ୍ୟବସ୍ଥା କରାଯିବା ସହିତ ଆଇ.ଟି.ଆଇ ଗୁଡିକର ସ୍ଥାୟୀ ଆର୍ôଥକ ଆୟ ହୋଇପାରିବ ।ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ୧୧୪ ପୌରାଚଂଳ ସହିତ ୩୩ ଟି ଆଇ.ଟି.ଆଇ ସହବନ୍ଧିତ ହୋଇଛନ୍ତି ।ଜିଲ୍ଲା ସ୍ତରରେ ଜିଲ୍ଲାପାଳ ମାନଙ୍କ ଉପସ୍ଥିତିରେ ମ୍ୟୁନିସପାଲିଟି ଓ ଏନ୍.ଏ.ସି ଗୁଡିକର ନିର୍ବାହୀ ଅଧିକାରୀ , ମହାନଗର ନିଗମଗୁଡିକର କମିଶନର କିମ୍ବା ତାଙ୍କ ପ୍ରତିନିଧି ମାନେ ଆଇ.ଟି.ଆଇ ଅଧ୍ୟକ୍ଷ ମାନଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।