ଆଜି ପୂଜ୍ୟପୂଜା ସଂସଦର ଏକ ପ୍ରତିନିଧି ମଣ୍ଡଳୀ ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବଙ୍କ ନେତୃତ୍ୱରେ ସ୍ଵର୍ଗଦ୍ଵାର ଓ ଚୈତନ୍ୟ ପ୍ରତିମୂର୍ତ୍ତି ଅଂଚଳରେ ଗ୍ରସ୍ତକରି ବନ୍ଦ ହୋଇଥିବା ଓ ନୂଆକରି ଖୋଲିଥିବା ଗୋଟିଏ ମଦ ଦୋକାନର ସ୍ଥିତି ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା କାଳରେ ଜିଲ୍ଲାପାଳ ସଂସଦର ପ୍ରତିନିଧି ମଣ୍ଡଳୀକୁ କହିଥିଲେ ଯେ ଦେଶର ବିଭିନ୍ନ ଐତିହ୍ୟ ଓ ଧାର୍ମିକ ସହରକୁ ଯେଭଳି ମଦମୁକ୍ତ କରାଯାଇଛି ଶ୍ରୀକ୍ଷେତ୍ର ପୁରୀ ସମ୍ପର୍କରେ ଅନୁରୂପ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଗାମୀ ଦିନରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦ ପକ୍ଷରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଜଗଦ୍ଦେବ ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷା ପ୍ରଧାନ , ଆଦିକନ୍ଦ ଶ୍ରୀଚନ୍ଦନ , ବିଶ୍ୱଜିତ୍ ବଡ଼ଜେନା , ତରୁଣ ସ୍ୱାଇଁ ଜିଷ୍ଣୁଜୟ ମତଗଜସିଂ , ଶ୍ରୀନିବାସ ପାତ୍ର ପ୍ରମୁଖ ସାମିଲି ହୋଇଥିଲେ ।
Related Stories
November 22, 2024