-
ପୁରୀ ଜିଲ୍ଲା ଯୁବ ମୋର୍ଚ୍ଚାର ଏସ.ପି. ଅଫିସ ଘେରାଉ
ଭାରତୀୟ ଜନତା ଯୁବମୋର୍ଚ୍ଚା ପୁରୀଜିଲ୍ଲା ପକ୍ଷରୁ ଶରଧାବାଲିରୁ ଏକ ବିଶାଳ ଶୋଭାଯାତ୍ରା ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀଇରାଶିଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ, ବାହାରି ପୁରୀ ଏସ .ପି.ଅଫିସ ଘେରାଉ କରା ଯାଇଥିଲା।କଳାହାଣ୍ଡି ମହାଲିଙ୍ଗ ର ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା ଓ ଉକ୍ତ ସନସାଇନ କଲେଜରେ ଛାତ୍ରୀ କେଳେଙ୍କାରୀରେ ସଂପୃକ୍ତ ଥିବାର ଯଥେଷ୍ଟ ପ୍ରମାଣ ଥିବାରୁ,ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଏହି ଘେରାଉ ଓ ଅଣ୍ଡା ମାଡ କରାଯାଇଥିଲା।ଅଭିଯୁକ୍ତ ଗୋବିନ୍ଦ ସାହୁର ବ୍ୟକ୍ତିଗତ ମାଲିକାନାରେ ଚାଲିଥିବା ଉକ୍ତ ପବ୍ଲିକ ସ୍କଲକୁ,ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରରୋଚନାରେ, ଅଜସ୍ର ସରକାରୀ ସାହାଯ୍ୟ ଦିଆଯାଇ ତାବଦଳରେ ଦିବ୍ୟଶଙ୍କର ସେହି ଶିକ୍ଷାନୁଷ୍ଠାନ ରେ ରାତ୍ରୀଯାପନ କରିବାର ସୁଯୋଗ ନେଉଥିଲେ।ଅନେକ ଛାତ୍ରୀ ଓ ଶିକ୍ଷୟତ୍ରୀ ଙ୍କ ସହ ଅନୈତିକ ସଂପର୍କରେ ମାତିଥିଲେ।
ଏପରିକି କେବଳ ଗୋବିନ୍ଦ ବା ଦିବ୍ୟଶଙ୍କର ନୁହନ୍ତି, ଅନେକ ବିଜେଡି ନେତା ମନ୍ତ୍ରୀ ତଥା ବଡ ବଡିଆ ଅଫିସର ସେଠାକୁ ଯାଇ ଏହି ଜଘନ୍ୟ କାର୍ଯ୍ୟ ସହ ଜଡ଼ିତ ହୋଇ ,ପବିତ୍ର ଶିକ୍ଷାନୁଷ୍ଠାନ କୁ ବେଶ୍ୟାଳୟରେ ପରିଣତ କରିଥିଲେ।
ଏହି ଘୃଣ୍ୟ କାର୍ଯ୍ୟର ମାଷ୍ଟର ମାଇଣ୍ଡ ଦିବ୍ୟଶଙ୍କରଙ୍କୁ ଗିରଫ କରବା ବଦଳରେ ବିଜେଡି ଯେଭଳି ସୁରକ୍ଷା ଦେଇ ଘଣ୍ଟ ଘୋଡାଉଛି,ଏହାଦ୍ୱାରା ସମଗ୍ର ଓଡିଶା ର ମହିଳାମାନେ ଅପମାନବୋଧ କରିବା ସଙ୍ଗେ ସଙ୍ଗେ ଅସୁରକ୍ଷିତ ମନେ କରୁଛନ୍ତି।ବିଜେପି ଯୁବ ମୋର୍ଚ୍ଚା ଏକ ଜନଗଣଙ୍କର ଯୁବ ସଂଗଠନ ଭାବରେ ,ଉକ୍ତ ମନ୍ତ୍ରୀ ଗିରଫ ନହେବା ପର୍ଯ୍ୟନ୍ତ ,ଏହି ଅନ୍ୟାୟର ପ୍ରତିବାଦ କରି ଚାଲିବ।ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ ଏହି ଘେରାଉ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ,ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତକୁମାର ଷଢଙ୍ଗୀ,ବ୍ରହ୍ମଗିରି ବିଧାୟକ ତଥା ରାଜ୍ୟ ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସମ୍ଫାଦିକା ଲେଖାଶ୍ରୀ ସାମନ୍ତ ସିଂହାର,ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା,ଓମପ୍ରକାଶ ମିଶ୍ର, ରବିମଲ୍ଲିକ,ରମାରଂଜନ ବଳିଆର ସିଂ,ବାଇଧର ମଲ୍ଲିକ,ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଏବଂ
ଲୁଳୁ ମହାପାତ୍ର ଙ୍କ ଝିଅ ଉପାସନା ମହାପାତ୍ର,ଜିଲ୍ଲା ଯୁବ ମୋର୍ଚ୍ଚା ର ସଭାପତି ଜୟନ୍ତ କୁମାର ଦାଶ, ବିଶ୍ୱଜିତ୍ ମହାନ୍ତି, ରାଜ ପ୍ରିତମ୍ ମହାପାତ୍ର, ଆଶୁତୋଷ ବେହେରା, ସଂଗ୍ରାମ ଜେନା, ସୌମ୍ୟ ରଂଜନ ଲେଙ୍କା, ସଞ୍ଜୟ ପ୍ରଧାନ, ମନୀଷା ପାହାଡି,ପଦୀୟା ନାୟକ, ବାହୁଡା଼ ପ୍ରଧାନ, ଆଲୋକ, ରାକେଶ ବିଶ୍ୱାଳ, ଦେପପ୍ରସାଦ ତ୍ରିପାଠୀ, ସଂଗ୍ରାମ ପରିଡ଼ା, ସତ୍ୟ, ଆଶିଷ, ଦେବାଶିଷ, ବିଷ୍ଣୁ ବାରିକ, ମିଥୁନ ଜେନା, ଅନିଲ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।