ପୁରୀ, ଗତକାଲି ରାତିରୁ ମାଛ ଧରା ଡ଼ଙ୍ଗା ସହିତ ୪ ଜଣ ଧିବର ଫଶି ରହିଥିଲେ କୃଷ୍ଣପ୍ରସାଦ ନିକଟରେ । ଗତ ରାତିରେ ଡ଼ଙ୍ଗାଟି ବାହାଣି କରିବାକୁ ଯାଇ କୃଷ୍ଣପ୍ରସାଦ ଜେଟି ଅଭିମୁଖେ ଆସୁଥିବା ବେଳେ ଅନ୍ଧାର ରାତିରେ ପଥହରା ହୋଇ ଦଳ ଭିତରେ ଛନ୍ଦି ହୋଇଯାଇଥିଲା । ଯାହାଫଳରେ ଡ଼ଙ୍ଗା ଓ ଧିବର ସେଠାରେ ଫଶି ରହିଥିଲେ । ଖବର ପାଇ ଆଜି ସକାଳୁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ୧ ଘଂଟାର ପ୍ରଚେଷ୍ଟା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଡ଼ଙ୍ଗାରୁ ଉଦ୍ଧାର କରିଛନ୍ତି ।