
ବଲାଙ୍ଗିର, ଜିଲ୍ଲା ଓବିସି ମଂଚ ରାଜେନ୍ଦ୍ରପଡା ସ୍ଥିତ କାର୍ଯ୍ୟାଳୟରେ ବ୍ରଜ ଭୂଷଣ ସାଏଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିବା ବେଳେ ୨୦୨୧ ବର୍ଷରେ ଓବିସି ଜାତି ଜନ ଗଣନା ହେବା କଥା ନ ହେବା ତଥା ପଂଚାୟତରାଜ ନିର୍ବାଚନରରେ ଓବିସିକୁ ପ୍ରତିନିଧିତ୍ୱରୁ ବଂଚିତ କରାଯିବା ସରକାରୀ ନୀତି ବିରୁଦ୍ଧରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଓବିସି ସଂଗଠନକୁ ମଜବୁତ କରାଯିବା ପାଇଁ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଚଳାଇବାକୁ ପ୍ରସ୍ତାବ ପାସ୍ କରାଯାଇଥିଲା । ଏହା ସହିତ ଆଗାମୀ ୨୦ ନଭେମ୍ବର ଦିନ ଓବିସି ସାଧାରଣ ପରିଷଦର ନୂତନ କାର୍ଯ୍ୟକାରୀ କମିଟି ଗଠନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଏହି ବୈଠକରେ ୨୦ ତାରିଖ ଦିନ ବହୁ ସଂଖ୍ୟାରେ ଓବିସି ସଭ୍ୟମାନେ ଯୋଗଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।
ବୈଠକରେ ସଦସ୍ୟମାନେ ନିଜ ଗ୍ରାମ ତଥା ବ୍ଲକ ସ୍ତରରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଓବିସି ସଂଗଠନ ଗଠନ କରିବାକୁ ତଥା ଓବିସି ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଜୋର୍ ଦେଇଥିବା ବେଳେ ମମିତା ମେହେର ହତ୍ୟାକାଣ୍ଡ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରାଯାଇଥିଲା ।
ଏହି ସଭାରେ ସମ୍ପାଦକ ପରଦେଶି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବୃନ୍ଦାବନ କ୍ଷେତୀ, ସୁରଜ ମାହାର, ମଂଚରି ପଟେଲ, ସରସ୍ୱତୀ ସାହୁ, ସୁବାନି ସାହୁ, ତେଜରାଜ ବେହେରା, ମଧୁସୂଦନ କ୍ଷେତି, ସୁମନ୍ତେ ମେହେର, ଲୋକନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜଗନ୍ନାଥ ପ୍ରସାଦ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ ।