
ଭୁବନେଶ୍ୱର, ଭାରତ ବର୍ଷର ଅନନ୍ୟ ପ୍ରତିଭା ଯୁବକ ମାନଙ୍କ ପ୍ରେରଣାର ପ୍ରତୀକ ରାଷ୍ଟ୍ରୀୟ ଯୁବ ପ୍ରକଳ୍ପର ପ୍ରତିଷ୍ଠାତା ତଥା ବିଶିଷ୍ଟ ଗାନ୍ଧୀବାଦୀ ନେତା ଡଃ ଏସ୍.ଏନ୍ ସୁବାରାଓଙ୍କ ବିୟୋଗରେ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ କଂଗ୍ରେସ ଭବନ ଠାରେ ଏକ ଶୋକ ସଭା ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭିକ ସୂଚନାରେ ପ୍ରଦେଶ କଂଗ୍ରେସ ଉପସଭାପତି ଯଜେ୍ଞଶ୍ୱର ବାବୁ ସୁବାରାଓ ଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଯୁବକମାନଙ୍କ ପାଇଁ ସୁବାରାଓଜୀଙ୍କ ବାର୍ତା ଥିଲା ଏକ ଘଂଟା ଦେହ ପାଇଁ ଓ ଏକ ଘଂଟା ଦେଶ ପାଇଁ । ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ସଂପାଦକ ପଦ୍ମାକରୁ ଗୁରୁ, କଂଗ୍ରେସ ନେତା ଆଲୋକ ମହାନ୍ତି, ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ଏମଡି ଶାହାଦୁଲ୍ଲା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ସୁବାରାଓଜୀଙ୍କୁ ଜଣେ ଗାନ୍ଧୀ ବାଦର ମୂର୍ତୀମନ୍ତ ପ୍ରତୀକ ଥିଲେ ବୋଲି କହିଥିଲେ । ଶେଷରେ ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।