ସୋମବାର ପୂର୍ବାହ୍ନ ୧୧ ସମୟରେ ପୁରୀ ସହରର ୧୬ ଟି ସାମାଜିକ ଓ ସାଂସ୍କୃତିକ ସଂଗଠନ ତରଫରୁ ଶ୍ରୀମନ୍ଦିର ଚାରି ଦୁଆରେ ପୁରୀବାସୀଙ୍କୁ ପ୍ରବେଶ ନିମନ୍ତେ ସାମୁହିକ ଭାବେ ସଂଗଠନ ତରଫରୁ ଜିଲ୍ଲାପାଳ ଶ୍ରୀସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି |ପୁରୀ ପୁସ୍ତକ ମେଳା କମିଟିର ଚକ୍ରଧର ମହାପାତ୍ର, ବୋଧିଚକ୍ରର ଗିରିଜା ଶଙ୍କର ପାଢ଼ୀ, ଶିଶୁ ସମାଚାରର ସୁକାନ୍ତ ପଣ୍ଡା, ଆମେ ଶ୍ରୀକ୍ଷେତ୍ରବାସୀ ର ସତ୍ୟ ନାରାୟଣ ସାହୁ,ସଂଗଠନ ଆପଣଙ୍କ ସେବାରେ ତରଫରୁ କୃଷ୍ଣ ଚନ୍ଦ୍ର ମିଶ୍ର,ଅଭିନନ୍ଦନିକା ର ଶ୍ୟାମ ପ୍ରସାଦ ସେନାପତି, କୁମାର ଉତ୍ସବ ସମିତିର ରାଜେଶ ମିଶ୍ର, ଭକ୍ତ ଶାଲବେଗ ଶାଂସ୍କୃତିକ ପରିଷଦ ର ବିଶୁ ଦାସ, ପ୍ରିୟପତ୍ର ର ବିପିନ ବିହାରୀ ଦଳେଇ, ସମର୍ପଣ ର ଜୟନ୍ତୀ ମହାପାତ୍ର, ନିର୍ମାଲ୍ୟ ର ବିଶ୍ୱନାଥ ମିଶ୍ର, ଓଡିଶା ଯୁବ ଚେତନା ସଂଗଠନ ର ବଦ୍ରି ମିଶ୍ର, ମିଶନ ଓଡିଶାର ମଧୁସୂଦନ ମିଶ୍ର, ଶ୍ରୀଶ୍ରୀକ୍ଷେତ୍ର ସୂଚନା ର ରାଜେଶ ମହାନ୍ତି, ଶ୍ରୀକ୍ଷେତ୍ର ସେନା ଓ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ପୁରାତନ ଛାତ୍ର କ୍ରିୟାନୁଷ୍ଠାନ କମିଟି ର ବିଶ୍ୱନାଥ ଦାଶ ପ୍ରମୁଖ ଏହି ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରାଯାଇଥିଲା |
Related Stories
November 22, 2024