ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକର ବିଭିନ୍ନ ଗ୍ରାମର ପୁଅ ଝିଅ ମାନେ ବେକାର ନରହି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଜି କିଛି ପୁଅ ଝିଅ ପ୍ରଶିକ୍ଷଣ ପାଇଁ ସାଇ ଓଜେଏସଜି ପ୍ରଶିକ୍ଷଣ ନେବା ପାଇଁ ଏହି ସଂସ୍ଥାରେ ଯୋଗ ଦେଇଛନ୍ତି । ଏମାନେ ସିଲାଇ ଶିକ୍ଷା ଓ ଇଲେକ୍ଟ୍ରିକାଲ ଶିକ୍ଷାରେ ଯୋଗଦାନ କରିବେ । ସେଥି ମଧ୍ୟରୁ ସିଲାଇରେ ୪ ଜଣ ଓ ୨ ଜଣ ଇଲେକ୍ଟ୍ରିକାଲରେ ଓ ଜଣେ କମ୍ପୁଟର ଶିକ୍ଷାରେ ଯୋଗଦାନ ଦେବେ । ଏମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ଶେରଗଡ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଓ ଶେରଗଡ଼ ବ୍ଲକର ଯୁବ ନେତା ସନ୍ତୋଷ କୁମାର ପଟ୍ଟନାୟକ( ପିଣ୍ଟୁ) ଏହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।