ଗଞ୍ଜାମ, ବ୍ରହ୍ମପୁର ସହରର ଜଣାଶୁଣା ଅସ୍ଥିଶଲ୍ୟ ପ୍ରଫେସର ତଥା କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ମୂଖ୍ୟ ପ୍ରଫେସର ଡାକ୍ତର ବିଜୟ କୁମାର ଷଡଙ୍ଗୀଙ୍କର ଗତକାଲି ରାତି ସାଢେ ନଅଟା ସମୟରେ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାକଂ ପତ୍ନୀ ତଥା ଏମକେସିଜି ମେଡିକାଲ କଲେଜର ଚକ୍ଷୁ ବିଭାଗ ପ୍ରଫେସର ଡାକ୍ତର ପ୍ରଜ୍ଞା ପଣ୍ଡା ଦୁଇପୁତ୍ର ବହୁ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । କରୋନାର ଦ୍ୱିତୀୟ ଲହରୀ କାଳରେ ସେ କୋରାପୁଟ ଠାରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇ ମଧ୍ୟ ସୁସ୍ଥତା ଲାଭ କରିଥିଲେ । ହେଲେ ପରବର୍ତୀ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା ।
ଡାକ୍ତର ବିଜୟଙ୍କ ବିୟୋଗରେ ଗଞ୍ଜାମ ଜିଲାରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ଡକ୍ଟରସ ଫୋରମ ପୂର୍ବତନ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି, ଡାକ୍ତର ଷଡଙ୍ଗୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।