
ନୂଆପଡା, ନୂଆପଡ଼ାଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମର ଖେଳ ପଡ଼ିଆଠାରେ ଅନୁଷ୍ଠିତ ମା ବଡାପଳେନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଉଦଯାପିତ ଖେଳରେ ରାଜପୁର ଓ ଚିଚେର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ୨-୦ ଗୋଲରେ ରାଜପୁର ବିଜୟୀ ହୋଇଥିଲା । ଉଦଯାପିତ ଖେଳରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଯନ୍ତ୍ରୀ ପଦ୍ମଲୋଚନ ମାଝୀ ଓ ସମ୍ମାନୀୟ ଅଥିତି ଭାବରେ ଅକ୍ଷୟ ନନ୍ଦ, ସଞ୍ଜୁ ଶବର , ସାଇନାଥ ଖାନ ଓ ଜିତୁ କୁମ୍ଭାର ଯୋଗଦାନ କରିଥିଲେ । ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏଥିରେ ସୁଜିତ ଶବର, ଚିତ୍ତରଞ୍ଜନ ଶବର , ପୂର୍ଣାନନ୍ଦ ଶବର ,ସାଗର ଶବର , ବ୍ରଜ ଶବର , ପୁରୋଷତ୍ତମ ଶବର, କାଳିଆ ଶବର, ମଣ୍ଡୁ ଶବର, ଖୀରଧର ଶବର, ତାବିଜ ଖାନ, ତାପସ ପତି ପ୍ରମୁଖ ଖେଳ ପରିଚାଳନା କରିଥିଲେ ।