ପୁରୀ , ଖୋର୍ଦ୍ଧାରେ ନିର୍ମାଣ ହେବ ୩ ଲକ୍ଷ ବାତ୍ୟା ନିରୋଧୀ ପକ୍କା ଘର
ଭୁବନେଶ୍ୱର – ବାତ୍ୟାର ମୁକାବିଲା କରିବା କ୍ଷେତ୍ରରେ ଓଡିଶା ବିଶ୍ୱରେ ଏକ ଉଦାହରଣ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ ଯେ ଧନ , ଜୀବନର ସୁରକ୍ଷା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ଏଥିପାଇଁ ବାତ୍ୟା ନିରୋଧୀ ପକ୍କା ଘର ନିର୍ମାଣ କରିବା ଲାଗି ସରକାର ନିଷ୍ପତି ନେଇଛନ୍ତି । ଏହି ମୁକାବିଲା କ୍ଷେତ୍ରରେ ଓଡିଶା ଗ୍ଲୋବାଲ ବେଂଚ ମାର୍କ ହୋଇପାରିଛି । ଗତ ମଇ ୩ ତାରିଖରେ ହୋଇଥିବା ବାତ୍ୟା ଫୋନିରେ ରାଜ୍ୟର ୧୪ଟି ଜିଲ୍ଲାର ୧ କୋଟି ୬୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ବହୁଳ ପରିମାଣରେ ସମ୍ପତି ମଧ୍ୟ ନଷ୍ଟ ହୋଇଥିଲା । ଏହାକୁ ସଫଳତାର ସହ ମୁକାବିଲା କରାଯାଇ ପାରିଛି । ବାତ୍ୟା ମୁକାବିଲାର ସଠିକ୍ପରିଚାଳନା କରିବା ଲାଗି ଓସଡମା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।ଏହାର ଭିତିଭୂମିକୁ ଅଧିକ ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯାଇଛି ।
ଏହି ଅବସରରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଓ ଖୋର୍ଦ୍ଧାରେ ୩ ଲକ୍ଷ ବାତ୍ୟା ନିରୋଧୀ ପକ୍କା ଘର ନିର୍ମାଣ କରାଯିବ । ଭୂସ୍ଖଳନ ମୁକାବିଲା ଏବଂ ଏହାର ପୂର୍ବବର୍ତୀ ସୂଚନା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରାଯିବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ , ସ୍ୱତନ୍ତ୍ର୍ର ରିଲିଫ୍ କମିଶନର ପ୍ରଦୀପ ଜେନା , ଭାରତୀୟ ପାଣିପାଗ ବିଭାଗର ମହା ନିଦେ୍ର୍ଧଶକ ଡ. ମୃତ୍ୟୁଂଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ମହାପାତ୍ର କହିଛନ୍ତି ଯେ ୧୯୯୯ ମହାପାତ୍ୟାକୁ ୨୦ ବର୍ଷ ପୁରିଛି । ସେବେଳେ ବାତ୍ୟା ମୁକାବିଲା ପାଇଁ ଆମ ପାଖରେ ସଂଜାମ ନଥିଲା । ବ୍ରଜପାତ ସମ୍ପର୍କରେ ଆଗୁଆ ସୂଚନା ପାଇଁ ଉଦ୍ୟମ ଜାରୀ ରହିଛି । ବର୍ତମାନ ଆବର ଦକ୍ଷତା ବୃଦ୍ଧି ପାଇଛି । ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶାରେ ବିଶ୍ୱରେ ପରିଚିତ ହୋଇପାରିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ. ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।