ମାଲକାନଗିରି, ବକେୟା ଦରମା ନମିଳିବାରୁ କାର୍ଯ୍ୟ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ । ସଦର ମହକୁମା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ମାନେ ଆଜିକୁ ପ୍ରାୟ ୩ ମାସର ବକେୟା ଦରମା ପାଇନଥିବା ଅଭିଯୋଗ କରି ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଫେଇ କର୍ମଚାରୀମାନେ ଭୁବନେଶ୍ବର ସ୍ଥିତ ସୁମିତ୍ ସିକ୍ୟୁରିଟି ସର୍ଭିସ୍ ନାମକ ଏଜେନ୍ସିରେ କାମ କରୁଥିବା ବେଳେ ଏଜେନ୍ସି ଦରମା ଦେଇନଥିବା ଅଭିଯୋଗ କରିଛନ୍ତି ସେମାନେ । ଇତିମଧ୍ୟରେ ହସ୍ପିଟାଲ ମ୍ୟାନେଜରଙ୍କୁ ତିନି ଦିନ ପୂର୍ବରୁ ଲିଖିତ ଅଭିଯୋଗ କରି ମଧ୍ୟ ଜଣାଇଥିଲେ । ଏହି ଖବର ପାଇବା ମାତ୍ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀଙ୍କୁ ବୁଝାସୁଝା କରି କାମରେ ଯୋଗଦେବା ପାଇଁ କହିଥିଲେ ଏବଂ ସେମାନେ ପ୍ରାପ୍ୟ ଦରମା କିପରି ପାଇବେ ସେ ବିଷୟରେ ସମ୍ପୃକ୍ତ ଏଜେନ୍ସି ସହ ଆଲୋଚନା କରିବେ ବୋଲି କହିଥିଲେ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।