ଭୁବନେଶ୍ୱର – ରାଜ୍ୟର ଦୁଇଟି ଖଣି ଭିତିକ ଜିଲ୍ଲାରେ ସମୀକ୍ଷା କରିବାପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ସିଇସି ର ସଦସ୍ୟମାନେ ମଙ୍ଗଳବାର ଭୁବନେଶ୍ୱରରେ ପହଂଚିଛନ୍ତି । ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ସିଇସି ସଦସ୍ୟ ଓ ରାଜ୍ୟ ଅଧିକାରୀଙ୍କ ମଧ୍ୟରେ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାରେ ଥିବା ଖଣି ସମ୍ପର୍କରେ ସମୀକ୍ଷା କରିବା ଏବଂ ଓଏମବିଏଡିସି ପାଣ୍ଠି ନେଇ ଆଲୋଚନା ହୋଇଥିଲା ।
ଆଲୋଚନାରୁ ଜଣାପଡିଛି ଯେ ଓଏମବିଏଡିସି ପାଣ୍ଠିରେ ୧୬ ହଜାର କୋଟି ରହିଛି । ଏଥିରୁ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଓଭର ସାଇଟ୍ କମିଟି ଅନୁମୋଦନ କରିଛି । ଏହି ପ୍ରକଳ୍ପ ମଧ୍ୟରେ ରହିଛି ପାନୀୟ ଜଳ , ଗ୍ରାମ୍ୟ ରାସ୍ତା , ସ୍ୱାସ୍ଥ୍ୟ , ଗୃହ ନିର୍ମାଣ ଇଦ୍ୟାଦି । ପଂଚାୟତିରଜ ସଚିବ ଦେଓ ରଂଜନ କୁମାର ସିଂହ ଏହି ସୂଚନା ଦେଇଛନ୍ତି ।
ଆଲୋଚନା ପରେ ସେମାନେ ସମ୍ପୃକ୍ତ ଜିଲ୍ଲାରେ ଗସ୍ତରେ ଯାଇଛନ୍ତି । ସେଠାରେ ସେମାନେ ଖଣି ଉତୋଳନ, ଖଣିର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବେ । ପି.ସି ଜୟକୃଷ୍ଣଙ୍କ ଅଧ୍ୟକ୍ଷତାରେ ଏହି କମିଟି ଓଡିଶା ଆସିଛି ।