ନୂଆପଡା, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଗ୍ରାମ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଖଡ଼ିଆଳ ବ୍ଲକ ସଭାଗୃହ ଠାରେ ସମସ୍ତ ବିଏଲଓ ଓ ବିଏଲଓ ସୁପଭାଇଜର ମାନଙ୍କୁ ନେଇ ଦିନିକିଆ ତାଲିମ ପ୍ରଦାନ କରାଯାଇଥିଲା । ଯୋଗ୍ୟ ବିବେଚିତ ଭୋଟଦାତାଙ୍କ ନୂତନ ପଞ୍ଜିକରଣ, ସଂଶୋଧନ, ବାଦ ଦେବା ଇତ୍ୟାଦି କାର୍ଯ୍ୟ ପ୍ରଥମ କରି ଅନଲାଇନରେ କିପରି ଗରୁଡ଼ ଆପ ବ୍ୟବହାର କରିବେ ସେ ଉପରେ ବିଷଦ ତାଲିମ ପ୍ରଦାନ କରାଯାଇଥିଲା । ଆଜିର ଏହି ତାଲିମ ଶିବିରରେ ନୂଆପଡା ଉପ ଜିଲ୍ଲାପାଳ ତରଣୀ ସେନ ନାଏକ, ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ, ଖଡ଼ିଆଳ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ,ଦିନେଶ ନିଆଲ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖ ସୁଦ୍ଧା ଏସବୁ କରିବାକୁ ନିର୍ଦ୍ଦେଶନାମା ରହିଛି ।