
ସୁନ୍ଦରଗଡ଼, ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଧିନସ୍ଥ ଭଦ୍ରାଟୋଲୀ ବସ୍ତିରେ ବୃଦ୍ଧ ଦମ୍ପତିଙ୍କୁ ଘରେ ପଶି ହତ୍ୟା ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ବୁଧବାର ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଖବର ପାଇ ଦମ୍ପତିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଘର ମଧ୍ୟରୁ ଉଦ୍ଧାର କରିଥିଲା ପୋଲିସ । ବୃଦ୍ଧ ଦମ୍ପତିଙ୍କର ୩ ପିଲା ବାହାରେ ରହୁଥିବା ବେଳେ ସେମାନେ ଏକାକୀ ଥିବାର ସୁଯୋଗ ନେଇ ଆକ୍ରମଣ ହୋଇଥିଲା ।